କୋଣାର୍କକୁ ମିଳିଲା ‘ଆଇକନିକ୍‌ ପର୍ଯ୍ୟଟନସ୍ଥଳୀ’ ମାନ୍ୟତା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନ ପାଇଲା ଓଡ଼ିଶା। କୋଣାର୍କକୁ ଏହି ମାନ୍ୟତା ମିଳିଲା । ମଙ୍ଗଳବାର ରାଜ୍ୟ ସଭାରେ ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ସ୍ପଷ୍ଟ କରିଛନ୍ତି। ବିଜେଡି ଏମ୍‌ପି ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହା କହିଥିବା ସୂଚନା ମିଳିଛି। ଏହାଫଳରେ ଆଇକନିକ ପର୍ଯ୍ୟଟନ କ୍ଷେତ୍ର ସଂଖ୍ୟା ୧୭ରୁ ୧୯କୁ ବୃଦ୍ଧି ପାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ତେବେ ପୂର୍ବରୁ କେନ୍ଦ୍ର ସରକାର ୧୭ଟି ଆଇକନିକ୍‌ ପର୍ଯ୍ୟଟନସ୍ଥଳୀର ତାଲିକା ପ୍ରକାଶ କରିଥିଲେ। ଏଥିରେ ଓଡ଼ିଶାର ଗୋଟିଏ ବି ସ୍ଥାନ ନ ଥିଲା। ଏହାକୁ ନେଇ ରାଜ୍ୟକୁ ଅବହେଳା କରାଯାଇଥିବା କୁହାଯାଉଥିଲା। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ତାହା ହସ୍ତଗତ ହୋଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Share