କୋଣାର୍କ ମହୋତ୍ସବ ଆରମ୍ଭ: ରାଜ୍ୟପାଳ କଲେ ଉଦ୍‌ଘାଟନ

କୋଣାର୍କ, ୧।୧୨: ପ୍ରସିଦ୍ଧ କୋଣାର୍କ ମହୋତ୍ସବ ରବିବାରଠାରୁ ଆରମ୍ଭ ହୋଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ୩୦ତମ କୋଣାର୍କ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ଅବସରରେ ଓଡ଼ିଶୀ ଓ କଥକର ଶିଳ୍ପୀମାନେ ଶାସ୍ତ୍ରୀୟ ନୃତ୍ୟକୁ ମୁକ୍ତାକାଶ ରଙ୍ଗମଞ୍ଚରେ ମଞ୍ଚସ୍ଥ କରିଥିଲେ। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ସଚିବ ବିଶାଳ ଦେବ ପ୍ରମୁଖ ଯୋଗଦେଇଥିଲେ।

Share