କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସେଲ୍‌ଫି ନେବା ବେଳେ ଅଘଟଣ, ମହିଳା ପର୍ଯ୍ୟଟକ ଗୁରୁତର

ଗୋପ, ୧୩।୩(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଶୁକ୍ରବାର ଜଣେ ପର୍ଯ୍ୟଟକ ସେଲ୍‌ଫି ନେବାବେଳେ ଖସିପଡ଼ି ଗୁରୁତର ହୋଇଛନ୍ତି। ସେ ହେଲେ ଭୁବନେଶ୍ବର ୟୁନିଟ୍‌ ୯ର ମହିଳା ପର୍ଯ୍ୟଟକ ଶୁଭାସିନ ମାଲିକ(୨୨)।
ପ୍ରକାଶ ଯେ, ଶୁଭାସିନ ପରିବାର ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଯାଇଥିଲେ। ବୁଲିବା ସମୟରେ ସେ ମନ୍ଦିରରେ ସେଲ୍‌ଫି ନେଉଥିବା ବେଳେ ନାଟ୍ୟ ମଣ୍ଡପରୁ ଖସିପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଗୋପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତି, ମୁଣ୍ଡ ସମେତ ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଥିବା ଜଣାପଡିଛି। ପ୍ରାଥମିକ ତଦନ୍ତ ପରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।