କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ାଯାଇପାରେ ବାଲି

ଭୁବନେଶ୍ୱର, ୨୯।୨(ବ୍ୟୁରୋ): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ାଯାଇପାରେ ବାଲି। ସୂର୍ଯ୍ୟମନ୍ଦିର ସୁରକ୍ଷା ଆୟୋଜିତ ଜାତୀୟ କର୍ମଶାଳାରେ ଶନିବାର ଦ୍ୱିତୀୟ ଦିନରେ ଏପରି ନିଷ୍ପତ୍ତି ନିଆଯାଇଛି। କର୍ମଶାଳା ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ। ଗଣମାଧ୍ୟମକୁ ସେ କହିଛନ୍ତି ଯେ, ଲୋକେ ଚାହୁଁଛନ୍ତି କୋଣାର୍କ ମନ୍ଦିର ଭିତରୁ ବାଲି କଢ଼ାଯାଉ। ସମସ୍ତେ ଚାହାନ୍ତି ଏହି ଐତିହ୍ୟ ଆଉ ୫୦୦ରୁ ୭୦୦ ବର୍ଷ ରହୁ। ୧୯୦୫ରେ ଇଂରେଜମାନେ ଏହି ମନ୍ଦିରରେ ବାଲି ଭର୍ତ୍ତି କରିଥିଲେ। ଏବେ ମନ୍ଦିର ଭିତରୁ ବାଲି ବାହାର କରିବାକୁ ସମସ୍ତେ ଚାହୁଁଛନ୍ତି। ଏ ନେଇ ରିପୋର୍ଟ ଆସିଲେ ସରକାର ବିଚାର କରିବେ ବୋଲି ସେ କହିଛନ୍ତି।

Share