Categories: ଖେଳ

କୋଣ୍ଟା ପ୍ରଥମ ବ୍ରିଟିଶ ମହିଳା

ପ୍ୟାରିସ,୧।୬(ଏଏଫ୍‌ପି)- ଜୋହାନ କୋଣ୍ଟା ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନର ୪ର୍ଥ ରାଉଣ୍ଡରେ ପ୍ରବେଶ କରିିଛନ୍ତି। ଦୀର୍ଘ ୩୬ ବର୍ଷ ମଧ୍ୟରେ ସେ ପ୍ରଥମ ବ୍ରିଟିଶ ମହିଳା ଭାବେ ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟର ପ୍ରି କ୍ୱାର୍ଟର ଫାଇନାଲକୁ ଉନ୍ନତି ହୋଇଛନ୍ତି। ସେ ଭିକ୍ଟୋରିଆ କୁଜମୋଭାଙ୍କୁ ୬-୨, ୬-୧ ସେଟ୍‌ରେ ହରାଇ ଏହି ସଫଳତା ପାଇଛନ୍ତି। ୨୬ତମ ସିଡ୍‌ କୋଣ୍ଟା କ୍ୱାର୍ଟର ଫାଇନାଲରେ ସ୍ଥାନ ହାସଲ କରିବା ପାଇଁ କ୍ରୋଏସିଆର ଡୋନ୍ନା ଭେକିଙ୍କ ସହ ମୁକାବିଲା କରିବେ। କୋଣ୍ଟାଙ୍କ ପୂର୍ବରୁ ଆନ୍ନେ ହବସ ଓ ଜୋ ଡୁରି ୧୯୮୩ ଫ୍ରେଞ୍ଚ ଓପନରେ ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ।

Share