କୋନାବିରା ଅଞ୍ଚଳରେ ୨୨ ହାତୀ

କୋମନା,୩୧।୮(ଡି.ଏନ.ଏ.)
ନୂଆପଡା ଜିଲା କୋମନା ବ୍ଲକ କୋନାବିରା ଅଞ୍ଚଳରେ ହାତୀ ପୁଣି ଥରେ ପ୍ରବେଶ କରି ତିଖାଳି ଡ୍ୟାମ ଭିତରେ ଆଡ୍ଡା ଜମାଇଛି । ଫଳରେ କୋନାବିରା ଅଞ୍ଚଳର ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ସୂଚନା ଅନୁଯାୟୀ ଯେ, ଗତ କିଛି ଦିନ ତଳେ କୋମନା ବ୍ଲକ କାଲିମାଟି, ରଜନା, କୋନାବିରା ଓ ବିଲେଇଅଞ୍ଜର ଅଞ୍ଚଳରେ ୨୮ ରୁ ୩୦ ହାତୀ ପ୍ରବେଶ କରି ସପ୍ତାହେ ବହୁ ଫସଲ ନଷ୍ଟ କରିଥିଲେ। ସେ ସମୟରେ ହାତୀ ପଲକୁ କୋମନା ବନ ବିଭାଗ ଓ ହାତୀ ଘୋଉାଇବାର ସ୍ବତନ୍ତ୍ର ଦଳ ମିଶି ବଲାଙ୍ଗୀର ଜିଲା ସୀମାନ୍ତବର୍ତ୍ତୀ ଜଙ୍ଗଲକୁ ପାର କରିଥିଲେ। ହାତୀପଲ ମାସେ ପର୍ଯ୍ୟନ୍ତ ସେଠି ରହିବା ପରେ ଶୁକ୍ରବାର ଅନୁପଗଡ ଜଙ୍ଗଲ ଦେଇ ଫେରି ଆସିଥିବା ଅନୁମାନ କରାଯାଉଛି। କୋମନା ବନ ଭିଭାଗ ଓ ସ୍ବତନ୍ତ୍ର ହାତୀ ଘୋଉାଇବା ଦଳ ହାତୀପଲର ଗତିବିଧି ଉପରେ ଅନୁଧ୍ୟାନ କରୁଥିବା ଫରେଷ୍ଟର ଟିକଚନ ଜ୍ୟୋତିଶ ଓ ରମା ରଞ୍ଜନ ରାଉତ କହିଛନ୍ତି ।