Categories: ଖେଳ

କୋବେଙ୍କ ସମେତ ସମସ୍ତଙ୍କ ମରଶରୀର ପରିବାରକୁ ପ୍ରଦାନ

କାଲିଫର୍ନିଆ, ୪।୨- କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି କୋବେ ବ୍ରାୟଣ୍ଟ ଓ ତାଙ୍କ ଝିଅ ଜିଆନାଙ୍କ ସମେତ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅନ୍ୟ ୭ଜଣଙ୍କ ମୃତ ଶରୀରକୁ ମଙ୍ଗଳବାର ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଲସ୍‌ ଏଞ୍ଜେଲ୍ସ କଣ୍ଟ୍ରି ମେଡିକାଲ ଏକ୍ସାମାଇନର-କର୍ନର ଅଫିସ ପକ୍ଷରୁ ଏହା କୁହାଯାଇଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ୯ଜଣଙ୍କ ମୃତଦେହକୁ ଅଫିସିଆଲ ଭାବେ ଚିହ୍ନଟ କରାଯାଇଛି ବୋଲି ଗତ ସପ୍ତାହରେ କର୍ନର ଅଫିସ ପକ୍ଷରୁ ଘୋଷଣା କରାଯାଇଥିଲା। ଜାନୁୟାରୀ ୨୬ରେ ଏକ ବାଳିକା ବାସ୍କେଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ୪୧ ବର୍ଷୀୟ କୋବେ ଓ ତାଙ୍କ ୧୩ ବର୍ଷୀୟା ଝିଅ ଜିଆନାଙ୍କ ସମେତ ମୋଟ୍‌ ୯ଜଣ ଥାଉଜାଣ୍ଡ ଓରାକସ୍ଥିତ ମାମ୍ବା ସ୍ପୋଟର୍‌ସ ଏକାଡେମୀକୁ ହେଲିକପ୍ଟରରେ ଯାଉଥିଲେ। କିନ୍ତୁ କାଲିଫର୍ନିଆସ୍ଥିତ କାଲବାସାସ୍‌ଠାରେ ଏହି ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଯେଉଁଥିରେ ପାଇଲଟ୍‌ଙ୍କ ସମେତ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।

Share