Categories: ଖେଳ

କୋବେ ବ୍ରାଏଣ୍ଟଙ୍କ ମୃତ୍ୟୁରେ ସାରା ବିଶ୍ୱରେ ଶୋକର ଛାୟା: ତାଙ୍କ ଚିଠିରୁ ନିର୍ମିତ ଫିଲ୍ମ ଜିତିଥିଲା ଓସ୍କାର

କାଲିିଫର୍ନିଆ,୨୭।୧: ବିଶ୍ୱର ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଖବର ପ୍ରସାରିତ ହେବାପରେ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ କେବଳ କ୍ରୀଡା ଜଗତ ନୁହେଁ, ବିଶ୍ୱର ଲୋକପ୍ରିୟ ସେଲିବ୍ରିଟି ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଖେଳରୁ ଅବସର ନେବା ପରେ ବ୍ରାଏଣ୍ଟ ୨୦୧୫ରେ ବାସ୍କେଟବଲ୍‌ ଉପରେ ଏକ ଚିଠି ଲେଖିଥିଲେ। ଯାହା ଖୁବ୍‌ ଲୋକପ୍ରିୟ ହୋଇଥିଲା। ଏହି ଚିଠିକୁ ନେଇ ଏକ କ୍ଷୁଦ୍ର ଫିଲ୍ମ ‘ଡିୟର ବାସ୍କେଟବଲ’ ନିର୍ମାଣ କରାଯାଇଥିଲା। ଏହି ଫିଲ୍ମଟି ଓସ୍କାର ଆୱାର୍ଡ ଜିତିବା ସହ ଏକାଡେମୀ ଆଓ୍ବାର୍ଡରେ ଶ୍ରେଷ୍ଠ ଆନିମେଟେଡ୍‌ ଶର୍ଟ ଫିଲ୍ମ ଭାବେ ପୁରସ୍କୃତ ହୋଇଥିଲା। ସୂଚନାଯୋଗ୍ୟ, ବ୍ରାଏଣ୍ଟ ଏକ ବେସରକାରୀ ହେଲିକପ୍ଟରରେ ଯାଉଥିବାବେଳେ ତାହା ଏକ ପାହାଡରେ ପିଟି ହୋଇ ଦୁର୍ଘଟଣା ଘଟିଥିଲା। ଏଥିରେ ବ୍ରାଏଣ୍ଟ ଏବଂ ତାଙ୍କ ୧୩ ବର୍ଷର ଝିଅ ଜିଆନାଙ୍କ ସମେତ ୭ଜଣଙ୍କ ମୃତ୍ୟୁ ଘଟିଛି। ସେ ୫ ଥର ଏନବିଏ ଚାମ୍ପିଅନ ହୋଇଥିବାବେଳେ ୨ ଥର ଅଲିମ୍ପିକ ଗୋଲ୍ଡ ମେଡାଲ ଜିତିଥିଲେ। ଏହାସହ ୫ଟି ଚାମ୍ପିୟନଶିପ୍‌ ନିଜ ନାମରେ କରିଥିଲେ।

Share