କୋଭିଡ଼ ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

ଭଦ୍ରକ ଅଫିସ, ୧ା୫- ଶୁକ୍ରବାର ସନ୍ଧ୍ୟାରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ପଶୁ ସମ୍ପଦ ନିର୍ଦ୍ଦେଶକ ରତ୍ନାକର ରାଉତ ଭଦ୍ରକ ଜିଲାରେ ପହଞ୍ଚି କୋଭିଡ଼-୧୯ର ସ୍ଥିତି ପ୍ରଶାସନିକ ପ୍ରସ୍ତୁତି ଓ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରି ଫେରିଛନ୍ତି। ଜିଲା ସଂସ୍କୃତି ଭବନ ପରିସରରେ ଉପରୋକ୍ତ ଦୁଇ ଅଧିକାରୀ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା, ଜିଲା ଯୋଗଣ ଅଧିକାରୀ ମିର୍‌ ରାଜା ଅଲ୍ଲୀ, ଜିଲା ପରିବହନ ବିରଞ୍ଚି ନାରାୟଣ ଅଧିକାରୀଙ୍କ ସମେତ ବହୁ ଜିଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଭଦ୍ରକ ଜିଲାରେ ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣ ସଂଖ୍ୟା କେତେ, କ୍ୱାରାଣ୍ଟାଇନ୍‌ କେନ୍ଦ୍ର କେତେ, କେତେ ଲୋକ ରହିଲା ଭଳି ବ୍ୟବସ୍ଥା ରହିଛି, ଭଦ୍ରକ ଜିଲାରେ ଆବଶ୍ୟକ ପଡ଼ୁଥିବା ମାଛ, ଚିକେନ୍‌, କ୍ଷୀର ପରିମାଣ କେତେ ଓ ବର୍ତ୍ତମାନ ଉପଲବ୍ଧ କେତେ ଏବଂ ଏହା ସହିତ ବହିରାଗତ ଲୋକ ଜିଲାରେ ପହଞ୍ଚିଲେ କିଭଳି ସେମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇ ସୁବିଧା ସୁଯୋଗ ଉପଲବ୍ଧ କରାଇ ସ୍ବାବ ପରୀକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଦୁଇ ଅଧିକାରୀ ସମୀକ୍ଷା କରି ଅନ୍ୟ ଜିଲାକୁ ଫେରିଯାଇଥିବା ଜଣାପଡ଼ିଛି।
ଫଟୋ-
ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ, ପଶୁ ସମ୍ପଦ ନିର୍ଦ୍ଦେଶକ ଓ ଜିଲାପାଳ ।