କୋଭିଡି-୧୯: ଆରୋଗ୍ୟ ଲାଭ କଲେ କଲମ୍ବିଆ ସାଇକ୍ଳିଷ୍ଟ

ବୋଗୋଟା,୨୭।୩ (ଏଏଫପି):  ସାରା ବିଶ୍ୱରେ କାରୋନା ଭାଇରସର ଆତଙ୍କ ଜାରି ରହିଥିବାବେଳେ କଲମ୍ପିଆର ଜଣେ ସାଇକ୍ଲିଷ୍ଟ ଏଥିରୁ ଆରୋଗ୍ୟ ଲାଭ କରିଛନ୍ତି। ୨୫ ବର୍ଷୀୟ ଫର୍ଣ୍ଣାଣ୍ଡୋ ଗାଭିରିଆ କରୋନା ଭାଇରସରୁ ମୁକ୍ତ ହୋଇଛନ୍ତି ବୋଲି କହିଛନ୍ତି। ୟୁନାଇଟେ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଯାଇଥିବା ଦଳର ସଦସ୍ୟ ଥିଲେ ଗାଭିରିଆ। ଏହି ଗସ୍ତ ଗତ ଫେବୃୟାରୀ ୨୭ ତାରିଖରେ ବାତିଲ କରାଯାଇଥିଲା। ତେବେ ଏହାପୂର୍ବରୁ ଗାଭିରିଆଙ୍କ ସମେତ ଦଳର କେତେଜଣ ସଦସ୍ୟ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ।
ଟେଷ୍ଟରେ ମୋର ନେଗେଟିଭ ଫଳାଫଳ ଆସିଥିଲା ଓ ଡାକ୍ତର ମୋତେ ହସ୍‌ପିଟଲରୁ ଡିସ୍‌ଚାର୍ଜ କରିଛନ୍ତି ବୋଲି ଇନ୍‌ଷ୍ଟାଗ୍ରାମ୍‌ରେ ଗାଭିରିଆ ଉଲ୍ଲେଖ କରିଛନ୍ତି। ସଂକ୍ରମିତ ହେବା ପରେ ଗାଭିରିଆ ମାର୍ଚ୍ଚ ୧୨ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ୟୁଏଇରେ ହିଁ ରହିଥିଲେ ଓ ତାଙ୍କର ଚିକିତ୍ସା କରାଯାଇଥିଲା। ଏବେ ମୁଁ ଘରକୁ ଫେରିବା ସହ ପରିବାର ଲୋକଙ୍କ ସହ ମିଶିବାର ସୁଯୋଗ ହାସଲ କରିବି ବୋଲି ସେ କହିଛନ୍ତି। ତେବେ କଲମ୍ବିଆ ଆଗାମୀ ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଲକ୍‌ ଡାଉନ ହୋଇଛି। କଲମ୍ବିଆ ତାର ସୀମା ସିଲ କରିବା ସହ ବିଦେଶୀ ବିମାନକୁ ଦେଶରେ ପ୍ରବେଶ କରିବାକୁ ବାତିଲ କରିଛି। କଲମ୍ବିଆରେ ୫୦୦ ବ୍ୟକ୍ତି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଓ ଏଥିରେ ୬ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ହୋଇଛି।

Share