କୋଭିଡ୍‌ ଆମ୍ବୁଲାନ୍ସ ଚାଳକଙ୍କୁ କରୋନା, ପଞ୍ଚାୟତ ଶଟ୍‌ଡାଉନ୍‌

ଧରାକୋଟ,୨ା୬(ଡି.ଏନ୍‌.ଏ.)- ଧରାକୋଟ ବ୍ଲକ ଗୋଲାଦାମୋଦରପଲ୍ଲୀ ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସରପଞ୍ଚ ଜି.ସୂର୍ଯ୍ୟ କୁମାରୀ ରେଡ୍ଡୀ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏ ନେଇ ଗଞ୍ଜାମ ଜିଲାପାଳ, ଧରାକୋଟ ତହସିଲଦାର, ଧରାକୋଟ ବିଡିଓ ଓ ଥାନାଧିକାରୀଙ୍କୁ ସୂଚନା ପ୍ରଦାନ କରିଥିବା ସେ କହିଛନ୍ତି।
ଜି.ଦାମୋଦରପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଯାଇଥିଲା। ରିପୋର୍ଟ ପଜିଟିଭ ଆସିଛି। ସେ କୋଭିଡ୍‌-୧୯ ଆମ୍ବୁଲାନ୍ସର ଚାଳକ। ତାଙ୍କୁ କୋଭିଡ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତେଣୁ ସୁରକ୍ଷା ଦୃଷ୍ଟିରୁ କୋଭିଡ-୧୯ ଗାଇଡ୍‌ଲାଇନ ପ୍ରକାରେ ପଞ୍ଚାୟତ ଅନ୍ତର୍ଗତ ଆର୍‌.ଦାମୋଦରପଲ୍ଲୀ, ଜି.ଦାମୋଦରପଲ୍ଲୀ, ଘାସିବିଲି, କମାଶାସନ ଗ୍ରାମକୁ ମଙ୍ଗଳବାର ମଧ୍ୟାହ୍ନ ୧୨ଟାଠାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଶଟ୍‌ଡାଉନ ଘୋଷଣା କରିଛନ୍ତି। ପଞ୍ଚାୟତର ସମସ୍ତ ଦୋକାନ ବନ୍ଦ ସହ ଗମନାଗମନ ମଧ୍ୟ ବନ୍ଦ ରଖାଯାଇଛି। କେବଳ ଜରୁରୀ ଚିକିତ୍ସା ପାଇଁ ସରପଞ୍ଚଙ୍କ ଠାରୁ ଅନୁମତି ନେଇ ବାହାରକୁ ଯାଇପାରିବେ ବୋଲି ସୂର୍ଯ୍ୟ କହିଛନ୍ତି।

Share