କୋଭିଡ୍‌ ଆମ୍ବୁଲାନ୍ସ ବିଲ୍‌ ମିଳୁନି, ଧାରଣାରେ ବସିଲେ ଚାଳକ

ପାତ୍ରପୁର,୧୧ା୬(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକରେ ଲାଗିଥିବା ୨କରୋନା ଆମ୍ବୁଲାନ୍ସର ୫ ସପ୍ତାହ ହେଲା ବିଲ୍‌ ହୋଇନାହିଁ। ଏଥିସହ ଚାଳକଙ୍କୁ ମଧ୍ୟ ଖାଇବା ଖର୍ଚ୍ଚ ଦିଆଯାନାହିଁ। ଏହାର ପ୍ରତିବାଦରେ ୨ ଚାଳକ ଜ୍ୟୋତିକୃଷ୍ଣ ବେହେରା ଓ କୃଷ୍ଣ ପଣ୍ଡା ଗୁରୁବାର ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ପ୍ରତି ସପ୍ତାହରେ ବିଲ୍‌ କରିବା ନିୟମ ରହିଥିଲେ ମଧ୍ୟ ୫ ସପ୍ତାହ ହେଲା ବିଲ୍‌ ହେଉ ନ ଥିବା ଚାଳକମାନେ ଅଭିଯୋଗ କରିଛନ୍ତି। ଖାଇବା ଟଙ୍କା ଦେବା ବଦଳରେ ପାତ୍ରପୁର ଏକ ହୋଟେଲ୍‌ରେ ଖାଇବାକୁ କୁହାଯାଇଥିଲା। ଟଙ୍କା ମିଳି ନ ଥିବାରୁ ସମ୍ପୃକ୍ତ ହୋଟେଲ ମାଲିକ ମଧ୍ୟ ଖାଇବା ଦେବାକୁ ମନା କରୁଛନ୍ତି। ଏଥିସହ କାମରେ ଅନ୍ୟତ୍ର ଯିବାବେଳେ ନିଜ ଖର୍ଚ୍ଚରେ ଖାଇବାକୁ ପଡୁଛି ବୋଲି ଚାଳକମାନେ ଅଭିଯୋଗ କରିଛନ୍ତି। ଖୁବ୍‌ଶୀଘ୍ର ବିଲ୍‌ କରାଯିବ ବୋଲି ବିଡିଓ ପ୍ରକାଶ ଦାସ କହିବା ପରେ ସେମାନେ ଧାରଣାରୁ ହଟିଥିଲେ।

Share