କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ ଖୋଲିଲେ ସୋନିଆ

ନୂଆଦିଲ୍ଲୀ,୩୧ା୩ (ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ ସମ୍ପର୍କରେ ରାଜ୍ୟ ସଂଗଠନଗୁଡ଼ିକ ସହ ସମନ୍ବୟ ରକ୍ଷା କରି ମାନବୀୟ ସହାୟତା ଯୋଗାଇବା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ କଣ୍ଟ୍ରୋଲ ରୁମ୍‌ ଖୋଲିଛନ୍ତି। ଏଆଇସିସି ମୁଖ୍ୟାଳୟରେ ଖୋଲାଯାଇଥିବା କେନ୍ଦ୍ରୀୟ କଣ୍ଟ୍ରୋଲ ରୁମ୍‌ରେ ଏମ୍‌ପି ରାଜୀବ ସତାଭ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଯାଦବ ଏବଂ ସମ୍ପାଦକ ମନିଷ ଚତ୍ରଥ୍‌ଙ୍କୁ ରଖାଯାଇଛି। ସେମାନେ କରୋନା ସମ୍ପର୍କରେ ବିଭିନ୍ନ ରାଜ୍ୟର କଂଗ୍ରେସ ସଂଗଠନ ସହ ସମନ୍ବୟ ରକ୍ଷା କରିବେ। ପ୍ରଦେଶ କମିଟିଗୁଡ଼ିକ ସ୍ଥାନୀୟ ଅଞ୍ଚଳର ଦୈନନ୍ଦିନ ତଥ୍ୟ ଦେବେ। କେ.ସି. ବେଣୁଗୋପାଳଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବ।

Share