Advertisement

କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟିତ

ଜୟପୁର, ୧୮ା୫ (ନି.ପ୍ର.): କୋରାପୁଟ ମହିଳା ମହାବିଦ୍ୟାଳୟରେ କୋଭିଡ୍‌ କେୟାର ସେଣ୍ଟର ସୋମବାର ଉଦ୍‌ଘାଟିତ ହୋଇଯାଇଛି। ୨ଶହ ଶଯ୍ୟା ବିଶିଷ୍ଟ ଏହି ସେଣ୍ଟରକୁ ଜିଲାପାଳ ମଧୁସୂଦନ ମିଶ୍ର ଉଦ୍‌ଘାଟନ କରିଥିଲୋ। ଯେଉଁ ପ୍ରବାସୀ କୋରାପୁଟ ଫେରିବେ ସେମାନଙ୍କୁ ଏହି ସେଣ୍ଟରକୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା ସହ ରକ୍ତ ନମୁନା ପରୀକ୍ଷା କରାଯିବ। ରକ୍ତ ନମୁନା ପଜିଟିଭ ବାହାରିଲେ ଜୟପୁରସ୍ଥିତ କୋଭିଡ୍‌ ଜିଲା ହସ୍ପିଟାଲକୁ ପଠାଯିବ। ଜୟପୁରରେ କରୋନା ମୁକାବିଲା ପାଇଁ ଜିଲାସ୍ତରୀୟ କୋଭିଡ୍‌ ହସ୍ପିଟଲ କରାଯାଇଛି। ୨୪୦ ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିଛି। ଜିଲାର ଦଶମନ୍ତପୁର ବ୍ଲକରେ ଗୋଟିଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଏବେ ସୁସ୍ଥ ହୋଇଯାଇଛନ୍ତି। ଇତିମଧ୍ୟରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ମଧ୍ୟ ରକ୍ତ ନମୁନା ପରୀକ୍ଷା ପ୍ରକ୍ରୟା ଆରମ୍ଭ ହୋଇଛି। ଉଦ୍‌ଘାଟନ ଉତ୍ସବରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ମକରନ୍ଦ ବେଉରାଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share