କୋଭିଡ୍‌ ନିୟମ ଉଲ୍ଲଂଘନ: ମାସ୍କ ନ ପିନ୍ଧିବାରୁ ୧୩ଜଣଙ୍କଠାରୁ ୨୬୦୦ ଫାଇନ ଆଦାୟ

ଜି. ଉଦୟଗିରି, ୧୪।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ପୋଲିସ ପକ୍ଷରୁ କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଫାଇନ୍‌ ଆଦାୟ କରାଯାଉଛି। ମଙ୍ଗଳବାର ୧୩ ଜଣ ବ୍ୟକ୍ତି ମାସ୍କ ନ ପିନ୍ଧି ବଜାରକୁ ଆସିଥିବା ବେଳେ ସେମାନଙ୍କଠାରୁ ସମୁଦାୟ ୨୬୦୦ ଟଙ୍କା ଫାଇନ ଆଦାୟ ହୋଇଛି। ଏ ନେଇ ପୋଲିସ ଏସ୍‌ଆଇ କୌଶଲ୍ୟା ବେହେରା ସୂଚନା ଦେଇଛନ୍ତି। ସେହିପରି ଅମାନିଆ ଗାଡି ଚାଳକଙ୍କ ଗାଡ଼ିକୁ ମଧ୍ୟ ଜବତ କରାଯାଉଛି।

Share