ବୁଗୁଡ଼ା,୧୦ା୫(ଡି.ଏନ.ଏ.)- ବୁଗୁଡ଼ା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଏନ୍ଏସିର ସେକ୍ଟର ତରଫରୁ ଅଙ୍ଗନୱାଡ଼ି କର୍ମୀ, ସହାୟିକା ଏବଂ ଆତ୍ମ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ସମେତ ଅଞ୍ଚଳ ପରିଦର୍ଶିକା ଜି. ରଶ୍ମି ସେମାନଙ୍କର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ବୁଗୁଡ଼ା ଏନଏସି ସେକ୍ଟରର ଅଙ୍ଗନୱାଡ଼ି କେନ୍ଦ୍ରର କର୍ମଚାରୀ ସିଡିପିଓ ରଞ୍ଜିତା ତ୍ରିପାଠୀଙ୍କୁ ଭେଟି ୧୪,୬୩୫ ଟଙ୍କାର ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ସେହିପରି ବୁଗୁଡ଼ା ଏନ୍ଏସି ଅନ୍ତର୍ଗତ ରଘୁନାଥ ସାହି ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ କର୍ମୀ ସନ୍ଧ୍ୟାରାଣୀ ନାୟକ ମଧ୍ୟ ଶିଶୁ ବିକାଶ ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୦୦୧ ଟଙ୍କା ପ୍ରଦାନ କରିଛନ୍ତି।