କୋଭିଡ୍‌ ଫଣ୍ଡକୁ ଋଷିକୁଲ୍ୟା ବଣିକ ସଂଘ ଦେଲା ଏକଲକ୍ଷ

ସୋରଡା,୧ା୫(ଡି.ଏନ୍‌.ଏ.)- ସୋରଡାର ଋଷିକୁଲ୍ୟା ବଣିକ ସଂଘ ତରଫରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍‌)କୁ ଏକ ଲକ୍ଷ ଟଙ୍କା ସ୍ଥାନୀୟ ଥାନା ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି। ଥାନାଧିକାରୀ ଏହାକୁ ଗ୍ରହଣକରି ଗଞ୍ଜାମ ଏସ୍‌ପିଙ୍କ ପାଖକୁ ପଠାଇଛନ୍ତି। ସଂଘର ସନ୍ତୋଷ କୁମାର ଚୌଧୁରୀ, ବଦ୍ରିନାରାୟଣ ଚୌଧୁରୀଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ। ସହଯୋଗର ହାତ ବଢାଇଥିବାରୁ ସଂଘର ସମସ୍ତ ସଦସ୍ୟଙ୍କୁ ଥାନା ଅଧିକାରୀ ପ୍ରଶଂସା କରିଥିଲେ।

Share