କୋଭିଡ୍‌ ଫଣ୍ଡକୁ ଶିକ୍ଷକ ଦେଲେ ୬.୭୪ ଲକ୍ଷ

ପାଟପୁର,୨୯ା୪- ସାନଖେମୁଣ୍ଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମେତ ଶିକ୍ଷା ସହାୟକ, ଗଣଶିକ୍ଷକ କନିଷ୍ଠ ବର୍ଗ ଶିକ୍ଷକମାନେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (କୋଭିଡ୍‌)କୁ ୬ ଲକ୍ଷ ୭୪ ହଜାର ୭୫ ଟଙ୍କା ପ୍ରଦାନ କରିଛନ୍ତି। ସମସ୍ତ ବର୍ଗର ଶିକ୍ଷକ ସଂଘ କର୍ମକର୍ତ୍ତାମାନେ ବୁଧବାର ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କୁ ଗୋଟିଏ ଦିନର ଦରମା ବାବଦରେ ସଂଗୃହୀତ ଅର୍ଥରାଶି ଚେକ୍‌ ପ୍ରଦାନ କରିଥିଲେ।

Share