କୋଭିଡ୍‌ ଫଣ୍ଡକୁ ସହାୟତା ସହ ମାସ୍କ, ସାବୁନ ବାଣ୍ଟୁଛନ୍ତି ସୁଦର୍ଶନ

ରାଇକିଆ,୧୯ା୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ବ୍ଲକ ଗମାଣ୍ଡି ଅଞ୍ଚଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସୁଦର୍ଶନ ମଲ୍ଲିକ କୋଭିଡ୍‌ ଫଣ୍ଡକୁ ସହାୟତା ସହ ସାବୁନ ଓ ମାସ୍କ ବାଣ୍ଟି ଉଦାହରଣ ସୃଷ୍ଟି କରିଛନ୍ତି। ସୁଦର୍ଶନ ରବିବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍‌)କୁ ୧୦,୫୦୦ ଟଙ୍କା ଆର୍ଥିକ ସହାୟତା ରାଇକିଆ ବିଡ଼ିଓଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଏଥିସହ ସେ କିଛିଦିନ ହେଲା ଗଁା ଗଁାରେ ବୁଲି ଲୋକଙ୍କୁ ମାସ୍କ ଓ ସାବୁନ ମଧ୍ୟ ବାଣ୍ଟୁଛନ୍ତି। ଏଭଳି ସଙ୍କଟ ପରିସ୍ଥିତିରେ ସୁଦର୍ଶନଙ୍କ ସାହାଯ୍ୟ ମନୋବୃତ୍ତିକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

Share