କୋଭିଡ୍‌ ଫଣ୍ଡକୁ ୧୦ହଜାର ଦେଲେ ବ୍ଲକ ଅଧ୍ୟକ୍ଷ

ଖଜୁରିପଡ଼ା/ବଲସକୁମ୍ପା,୨୮ା୪(ଡି.ଏନ.ଏ.)- କରୋନା ମହାମାରୀର ମୁକାବିଲା ପାଇଁ ଖଜୁରିପଡ଼ା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର ୧୦ ହଜାର ଟଙ୍କା କୋଭିଡ୍‌ ଫଣ୍ଡକୁ ଦାନ କରିଛନ୍ତି। ସେ ସୋମବାର କନ୍ଧମାଳ ଜିଲାପାଳ ଡ଼. ବୃନ୍ଦା ଡ଼ିଙ୍କୁ ସାକ୍ଷାତ କରି ଏହା ପ୍ରଦାନ କରିଛନ୍ତି। ଖଜୁରିପଡ଼ା ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟକଳାପ ଓ ଜନସାଧାରଣଙ୍କ ସେବା ମନୋଭାବକୁ ଅଞ୍ଚଳବାସୀ ପ୍ରଶଂସା କରୁଛନ୍ତି।

Share