କୋଭିଡ୍‌ ସାମଗ୍ରୀ କ୍ରୟ ପ୍ରସଙ୍ଗ: ହାଇକୋର୍ଟରେ ମାମଲା

କଟକ ଅଫିସ,୮।୬: କୋଭିଡ-୧୯ ମୁକାବିଲା ପାଇଁ କିଣାଯାଇଥିବା ସାମଗ୍ରୀ ଯଥା ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ(ପିପିଇ) ଏବଂ ମାସ୍କ କିଣିବାରେ ଦୁର୍ନୀତି ହୋଇଥିବା ନେଇ ସରକାରଙ୍କୁ ଘେରୁଛନ୍ତି ବିରୋଧୀ। ଏହାକୁ ନେଇ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଛନ୍ତି। ଅନ୍ୟପଟେ ଏ ନେଇ ସୋମବାର ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ଦାୟର କରାଯାଇଛି। ନେସ୍‌ନାଲିଷ୍ଟ ଲୟର୍ସ ଫୋରମ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ମାମଲାରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହ ସିବିଆଇକୁ ପକ୍ଷଭୁକ୍ତ କରାଯାଇଛି। ଏହି ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି।

Share