Advertisement

କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କଲେ ସଚିବ

ଜୟପୁର,୨ା୫(ନି.ପ୍ର.): ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ନୋଡାଲ୍‌ ଅଫିସର୍‌ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅତିରିକ୍ତ ସଚିବ ରସିଦ୍‌ ଖାନ୍‌ ଶନିବାର ଜୟପୁରସ୍ଥିତ ଜିଲାସ୍ତରୀୟ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ହସ୍ପିଟାଲ୍‌ର ଭିତ୍ତିଭୂମି ଯାଞ୍ଚ କରିବା ସହ ଆଇସିୟୁ ଭେଣ୍ଟିଲେଟର ବୁଲି ଦେଖିଥିଲେ। କୋରାପୁଟ ଜିଲାରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଗାମୀ ଦିନରେ ଅଧିକ ଚିହ୍ନଟ ହେଲେ କିପରି ଏହାର ମୁକାବିଲା କରାଯାଇପାରିବ, ସେ ନେଇ ଉପସ୍ଥିତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। କୋରାପୁଟ ଜିଲାରେ କରୋନା ସ୍ଥିତି ସମୀକ୍ଷା କରିବା ପରେ ସେ ନବରଙ୍ଗପୁରସ୍ଥିତ କୋଭିଡ୍‌ ହସ୍ପିଟାଲ୍‌ ପରିଦର୍ଶନ ଓ ଜିଲାର ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ଉପଜିଲାପାଳ ଲୋକନାଥ ଦଳବେହେରା ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ କୋରାପୁଟ ଜିଲାରେ ଏପ୍ରିଲ୍‌ ୨୭ରେ ଜଣେ ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ଅଧିକ ତତ୍ପର ହୋଇଛି। ସେହିପରି ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀ ମଧ୍ୟ ଜିଲା ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି। ସଚିବଙ୍କ ଗସ୍ତ ସମୟରେ ଉପଜିଲାପାଳ ଲୋକନାଥ ଦଳବେହେରାଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share