କୋଭିଡ୍‌-୧୯ ଜରୁରୀ ସେବାରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ଫେରାର

କୋରୁକୋଣ୍ଡା,୯ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ କୋଭିଡ୍‌-୧୯ ଜରୁରୀ ସେବାରେ ନିଯୋଜିତ ଗାଡ଼ିଟି ଗୁରୁବାର ପୂର୍ବାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ସୂଚନାନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଗାଡ଼ି ନମ୍ବର ଓଡି ୦୨ ଜେ ୯୩୭୭ ହୋଇଥିବା ବେଳେ ଏହାକୁ ପୂର୍ଣ୍ଣଧାର ମୁଦୁଲି ନାମକ ଜଣେ ଯୁବକ ଚଳାଉଥିଲେ। ଗାଡ଼ିରେ କେବଳ ଜଣେ ଡ୍ରାଇଭର ରହିଥିବା ପୋଲିସ ସୂଚନା ଦେଇଛି। ଗାଡ଼ିଟି କୋରୁକୋଣ୍ଡାରୁ ବାଲିମେଳା ଏନ୍‌ଏସିରୁ କୋଭିଡ-୧୯ ଜରୁରୀ ସେବାରେ ନିଯୋଜିତ କର୍ମଚାରୀଙ୍କୁ ନେଇ ନକମାମୁଡିସ୍ଥିତ ଡାଇଙ୍କ-୩ ଯିବାର କାର୍ଯ୍ୟକ୍ରମ ଥିଲା ବୋଲି ପୋଲିସ ସୂଚନା ଦେଇଛି। ତେବେ ଯିବା ବାଟରେ ଭାରସାମ୍ୟ ହରାଇ ଓରକେଲ ଥାନା ଅନ୍ତର୍ଗତ ପୁରୁଣା ଚିତାପାରି ନିକଟସ୍ଥ ପୂଜାରୀଗୁଡ଼ା ଗ୍ରାମର ଏକ କଲଭର୍ଟ ନିକଟରେ ଓଲଟିପଡ଼ିଛି। ଡ୍ରାଇଭର ପୂର୍ଣ୍ଣଧାର ଘଟଣାସ୍ଥଳରୁ ଫେରାର ଥିବା ଓରକେଲ ପୋଲିସ ସୂଚନା ଦେଇଛି।