Categories: ବାଣିଜ୍ୟ

କୋଭିଡ୍‌-୧୯ ଟିକା ପାଇଁ ଆଇଆଇଏଲ୍‌, ଗ୍ରିଫିଥ ବିଶ୍ୱବିଦ୍ୟାଳୟ ଚୁକ୍ତି

ଭୁବନେଶ୍ୱର,୧୪।୪: ଜାତୀୟ ଡେଏରୀ ବିକାଶ ବୋର୍ଡ(ଏନ୍‌ଡିଡିବି)ର ସହାୟକ ସଂସ୍ଥା ଇଣ୍ଡିଆନ ଇମ୍ୟୁନୋଲୋଜିକାକାଲ ଲିମିଟେଡ୍‌(ଆଇଆଇଏଲ୍‌), ହାଇଦ୍ରାବାଦ କୋଭିଡ୍‌-୧୯ ଟିକା ବିକାଶ କରିବା ଲାଗି ଆଗେଇ ଆସିଛି। ଏହା ଅଷ୍ଟ୍ରେଲିଆର ଗ୍ରିଫିଥ ବିଶ୍ୱବିଦ୍ୟାଳୟ ସହ ଚୁକ୍ତିରେ ସାମିଲ ହୋଇଛି। ଏନ୍‌ଡିଡିବି ଅଧ୍ୟକ୍ଷ ଦିଲୀପ ରଥ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ସହଯୋଗିତା ଦ୍ୱାରା ବୈଜ୍ଞାନିକମାନେ ଡି-ଅପ୍ଟିମାଇଜେଶନ ଟେକ୍ନୋଲୋଜି ଦ୍ୱାରା ମିଳିତ ଭାବେ ଲାଇଭ ଆଟେନୁଏଟେଡ ଏସ୍‌ଏଆର୍‌ଏସ୍‌ କୋଭି-୨ କିମ୍ବା କୋଭିଡ୍‌-୧୯ ଟିକା ବିକଶିତ କରିବେ। ଏହି ଟିକା ଦୀର୍ଘସ୍ଥାୟୀ ସୁରକ୍ଷା ଯୋଗାଇଦେବା ନେଇ ଆଶା କରାଯାଉଛି ବୋଲି ରଥ କହିଛନ୍ତି।

Share