କୋଭିଡ୍‌-୧୯ ନୋଡାଲ ଅଫିସରଙ୍କ ଟିଏମ୍‌ସି ପରିଦର୍ଶନ

ଚୌଦ୍ୱାର,୪।୬(ଡି.ଏନ୍‌.ଏ): କଟକ ଜିଲା ଟାଙ୍ଗି-ଚୌଦ୍ୱାର ବ୍ଲକରେ ଥିବା ବିଭିନ୍ନ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମ୍‌ସି)କୁ ଗୁରୁବାର ବୁଲି ଦେଖିଛନ୍ତି କଟକ ଜିଲା କୋଭିଡ୍‌-୧୯ ପାଇଁ ନିଯୁକ୍ତ ନୋଡାଲ ଅଫିସର ସୌରଭ୍‌ ଗର୍ଗ। ସେ ବାଣିପଦା, କୟଳପଡ଼ା ସମେତ ଅନେକ ମେଡିକାଲ କେନ୍ଦ୍ର ବୁଲି ଦେଖିବା ସହ ପଞ୍ଚାୟତ ଗୁଡିକରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରଗୁଡିକୁ ମଧ୍ୟ ବୁଲି ଦେଖିଛନ୍ତି। ସଙ୍ଗରୋଧ କେନ୍ଦ୍ରଗୁଡିକର ପରିବେଶ ଓ ସ୍ବଚ୍ଛତା ଉପରେ ଅଧିକ ଦୃଷ୍ଟି ଦେବାପାଇଁ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହିତ ବାଣିପଦା ପଞ୍ଚାୟତରେ ହୋମ କ୍ୱାରାଣ୍ଟାଇନରେ ରହୁଥିବା କିଛି ଘରକୁ ମଧ୍ୟ ଯାଇ ଆଲୋଚନା କରିଥିଲେ। କଟକ ଜିଲାପାଳ ଭବାନୀ ଶଙ୍କର ଚଇନୀ, ଉପ ଜିଲାପାଳ ଶୁଭ୍ରାଂଶୁ ଶେଖର ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଅବ୍‌ଦୁଲ ଅଖ୍‌ତର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ବିଡିଓ ବିନୋଦ ସେନାପତିଙ୍କ ସମେତ ଅନେକ ଅଧିକାରୀ ସାମିଲ ହୋଇଥିଲେ। ବାଣିପଦା ସରପଞ୍ଚ ଜୋତ୍ସ୍ନାରାଣୀ ସୁବୁଦ୍ଧିରାୟ, ତୀର୍ଥାନନ୍ଦ ସୁବୁଦ୍ଧିରାୟ, ଲକ୍ଷ୍ମଣ ରାଉତ ପ୍ରମୁଖ ସହଯୋଗ କରିଥିଲେ।

Share