କୋଭିଡ୍‌-୧୯ ପରୀକ୍ଷଣ: ରାଜଧାନୀର ୫ ସ୍କୁଲରେ ନମୁନା ସଂଗ୍ରହ ଆରମ୍ଭ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): କରୋନା ଭାଇରସ୍‌ କୋଭିଡ୍‌-୧୯ ପରୀକ୍ଷଣ ପାଇଁ ଭୁବନେଶ୍ୱରର ୫ ସ୍କୁଲରେ ନମୁନା ସଂଗ୍ରହ କେନ୍ଦ୍ର ଖୋଲାଯାଇଛି। ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ଶହୀଦନଗର ସରକାରୀ ହାଇସ୍କୁଲ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲୀ ହାଇସ୍କୁଲରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ଶୁକ୍ରବାରଠାରୁ ଏସବୁ ସ୍ଥାନରେ ସ୍ବତନ୍ତ୍ର ମେଡିକାଲ୍‌ ଟିମ୍‌ ସନ୍ଦିଗ୍ଧଙ୍କଠାରୁ ନମୁନା ସଂଗ୍ରହ ଆରମ୍ଭ କରିଛନ୍ତି। ସଂଗୃହୀତ ନମୁନାକୁ ସ୍ବତନ୍ତ୍ର ଭାବେ ପ୍ୟାକ୍‌ କରାଯାଇ ପରୀକ୍ଷଣ କେନ୍ଦ୍ରକୁ ନିଆଯିବ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସକାଳ ୯ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ରୁ ୫ଟା ପର୍ଯ୍ୟନ୍ତ ଏପରି ନମୁନା ସଂଗ୍ରହ ପ୍ରକ୍ରିୟା ଚାଲିବ। ଏହି ସମୟରେ ସମ୍ପୃକ୍ତ ସ୍କୁଲରେ ଦୁଇଜଣ ଶିକ୍ଷକ, ଜଣେ ଝାଡୁଦାର ଓ ଜଣେ ୱାଚ୍‌ ମ୍ୟାନ ଉପସ୍ଥିତ ରହିବାକୁ କୁହାଯାଇଛି। ଏନେଇ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଖୋର୍ଦ୍ଧା ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।

Share