କୋଭିଡ୍‌- ୧୯: ପୂର୍ବତନ ଫୁଟବଲ କ୍ଲବ ସଭାପତିଙ୍କ ମୃତ୍ୟୁ

ଡକାର (ସେନେଗାଲ),୧।୪ (ଏପି): କରୋନା ଭାଇରସ ସଂକ୍ରମଣରେ ଫ୍ରେଞ୍ଚ୍‌ ଫୁଟବଲ କ୍ଲବ ମାର୍ସେଲିର ସଭାପତି ପେପ୍‌ ଡିଓଫ୍‌ ମୃତ୍ୟୁବରଣ କରିଛନ୍ତି। ପେପ୍‌ ୬୮ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ପଶ୍ଚିମ ଆଫ୍ରିକୀୟ ଦେଶଗୁଡିକରେ ଏହା ପ୍ରଥମ କରୋନା ଭାଇରସ ସମ୍ପର୍କିତ ମୃତ୍ୟୁ ସାବ୍ୟସ୍ତ ହୋଇଛି। ପେପ୍‌ ମଙ୍ଗଳବାର ମୃତ୍ୟୁ ବରଣ କରିଛନ୍ତି ବୋଲି ସେନେଗାଲ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ସ୍ଥାନୀୟ ଫାନ୍ନ ହସ୍ପିଟାଲରେ ଶନିବାରଠାରୁ ତାଙ୍କର ଚିକିତ୍ସା କରାଯାଉଥିଲା ବୋଲି ସେନେଗାଲ ସ୍ବାସ୍ଥ୍ୟ ମନ୍ତ୍ରୀ ଡିଓଫ୍‌ ସାର କହିଛନ୍ତି। କିଛଦିନ ତଳେ ସେ ଫ୍ରାନ୍ସ ସମେତ ଆଇଭରୀ କୋଷ୍ଟ ଓ ବିଭିନ୍ନ ଦେଶ ଭ୍ରମଣ କରିଥିଲେ ବୋଲି ତାଙ୍କ ପରିବାର ସୂତ୍ରରୁ ପ୍ରକାଶ। ସେନେଗାଲ ରାଷ୍ଟ୍ରପତି ମ୍ୟାକି ସାଲ ପେପ୍‌ଙ୍କ ଦେହାନ୍ତରେ ତାଙ୍କ ପରିବାର ସଦସ୍ୟଙ୍କୁ ଶୋକ ବାର୍ତ୍ତା ପଠାଇଛନ୍ତି ଓ ସେ ଟୁଇଟରରେ ଏ ନେଇ ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି।

Share