Posted inଖେଳ

କୋଭିଡ୍‌-୧୯: ଫୁଟବଲ୍‌ ସେସନ ସସ୍‌ପେଣ୍ଡ କଲା ତାଜିକ୍‌ସ୍ତାନ

ଡୁସାନ୍‌ବେ,୨୬।୪ (ପି.ଟି.): କେନ୍ଦ୍ରଏସୀୟ ଦେଶ ତାଜିକସ୍ତାନ ଶେଷରେ କୋଭିଡ୍‌-୧୯ ମହାମାରୀ କାରଣରୁ ତା’ର ଫୁଟବଲ ସେସନକୁ ସସ୍‌ପେଣ୍ଡ କରିଛି। ବିଶ୍ୱର କେତୋଟି ହାତଗଣତି ଦେଶ ମଧ୍ୟ ତାଜିକ୍‌ସ୍ତାନ ସାମିଲ ଥିଲା ଓ ଏହି ମହାମାରୀ ସତ୍ତ୍ୱେ ଫୁଟବଲ ସେସନ୍‌ ଜାରି ରଖିବ ବୋଲି ଦୃଢତାର ସହ କହିଥିଲା। ତେବେ ଶେଷରେ ତାଜିକ୍‌ସ୍ତାନକୁ ଏହି ମହାମାରୀ ଆଗରେ ମୁଣ୍ଡ ନୁଅଁାଇବାକୁ ପଡିଛି। ରବିବାର ସବୁପ୍ରକାର ଫୁଟବଲ ମ୍ୟାଚ୍‌କୁ ଏହି ଦେଶ୍‌ରେ ସସ୍‌ପେଣ୍ଡ କରାଯାଇଛି। ଏହି ମହାମାରୀକୁ ରୋକିବା ପାଇଁ ତାଜିକସ୍ତାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଇଛି। ସୋମବାରଠାରୁ ଏହି ସସ୍‌ପେନଶନ ଆରମ୍ଭ ହେବ ବୋଲି ତାଜିକ୍‌ ଫୁଟବଲ ଫେଡେରେଶନ ତରଫରୁ କୁହାଯାଇଛି। ଫଳରେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ଗୁଡିକ ବିନା ଦର୍ଶକରେ ଖେଳାଯିବ। ଚାଇନାର ପଡୋଶୀ ଦେଶ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଜିକ୍‌ସ୍ତାନରେ କୌଣସ କରୋନା ଭାଇରସ ସଂକ୍ରମଣ ଦେଖିବାକୁ ମିଳିନାହିଁ। ଦେଶରେ ଏବେ ଦୁଇ ସପ୍ତାହ ପାଇଁ ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୁମ୍‌ରାଙ୍କ ପାଇଁ କାଳ ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ବୋଲର୍‌ ଜସପ୍ରିତ ବୁମ୍‌ରା ନିଜର ସ୍ବତନ୍ତ୍ର ବୋଲିଂ ଶୈଳୀକୁ ନେଇ ସାରା ବିଶ୍ୱରେ ପରିଚିତ। ତାଙ୍କ ସାମ୍ନାରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନ ଅଧିକ...

ହକିରେ ଇତିହାସ ରଚିଲା ଓଡ଼ିଶା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୧(ସରୋଜ ଜେନା): ଚେନ୍ନାଇରେ ଅନୁଷ୍ଠିତ ୧୪ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ୍‌ରେ ଶନିବାର ହରିୟାଣାକୁ ୫-୧ରେ ହରାଇ ଓଡ଼ିଶା ପ୍ରଥମ ଥର ଚାମ୍ପିୟନ ଆଖ୍ୟା ଅର୍ଜନ...

ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ନେଇ ଆଇସିସିର ବଡ଼ ଘୋଷଣା: ଭାରତ ଆସିବ ଚାମ୍ପିଅନ୍ସ ଟ୍ରଫି…

ନୂଆଦିଲ୍ଲୀ,୧୬।୧୧: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର କାର୍ଯ୍ୟସୂଚୀକୁ ଉତ୍ସାହର ସହିତ ଅପେକ୍ଷା କରିଛି। ଏହି ଟୁର୍ନାମେଣ୍ଟକୁ ପାକିସ୍ତାନ ଆୟୋଜନ କରିବାକୁ ଥିବା ବେଳେ ପାକିସ୍ତାନ...

ଟିମ୍‌ ଇଣ୍ଡିଆରେ ଆଉ ନଜର ଆସିବେନି ସୂର୍ଯ୍ୟକୁମାର ଯାଦବ! ମନେ ପକାଇବେ ପ୍ରଶଂସକ, ଏ ହେଉଛି କାରଣ…

ନୂଆଦିଲ୍ଲୀ,୧୬।୧୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ସ୍ମରଣୀୟ ପାଲଟିଛି। ଦଳ ୪ ମ୍ୟାଚ୍‌ର ଟି୨୦ ସିରିଜର ୩-୧ରେ ବାଜି ମାରିଛି।...

ମାର୍କ କିଙ୍ଗ୍‌ ୫ ବର୍ଷ ବାସନ୍ଦ

ଶିଫିଲ୍ଡ, ୧୬ା୧୧ (ଏପି): ଇଂଲିଶ ସ୍ନୁକର ଖେଳାଳି ମାର୍କ କିଙ୍ଗ୍‌ଙ୍କୁ ଶୁକ୍ରବାର ୫ ବର୍ଷ ବାସନ୍ଦ କରାଯାଇଛି। ମ୍ୟାଚ ଫିକ୍ସିଂ କରିବା ଓ ଟୁର୍ନାମେଣ୍ଟର ଭିତିରି...

ଆଇପିଏଲ୍‌ ନିଲାମିରେ ୫୭୪ ଖେଳାଳି

ନୂଆଦିଲ୍ଲୀ, ୧୬ା୧୧ (ପି.ଟି.): ଆଗାମି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୫ ପାଇଁ ଖେଳାଳି ନିଲାମି ନଭେମ୍ବର ୨୪ ଓ ୨୫ରେ ସାଉଦି ଆରବର ଜେଦାହଠାରେ...

ରୋହିତ ଶର୍ମାଙ୍କ ବଡ଼ ରେକର୍ଡ ଭାଙ୍ଗିଦେଲେ ତିଳକ ବର୍ମା

ସେଞ୍ଚୁରିୟନ୍‌,୧୬।୧୧: ତିଳକ ବର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିସ୍ଫୋରକ ପ୍ରଦର୍ଶନ କରି କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍‌ରେ ଟିମ...

ଦ୍ଵିତୀୟ ଥର ପାଇଁ ବାପା ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୬/୧୧: ଖୁସି ଖବର ଦେଲେ ଭାରତୀୟ କ୍ରିକେଟର ରୋହିତ ଶର୍ମା। ସେ ଦ୍ଵିତୀୟ ଥର ପାଇଁ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରିତିକା ଏକ ପୁତ୍ର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri