Posted inଖେଳ

କୋଭିଡ୍‌-୧୯: ଭାରତ ଫେରନ୍ତା ଦକ୍ଷିଣ ଆଫ୍ରିକା ଖେଳାଳି ନେଗେଟିଭ୍‌

ଜୋହାନ୍ସବର୍ଗ, ୩।୪(ପି.ଟି.): ଭାରତରୁ ଅଧା ଅଧୁରା ଦିନିକିଆ ଗସ୍ତ ସାରି ସ୍ବଦେଶ ଫେରିଥିବା ସବୁ ଦକ୍ଷିଣ ଆଫ୍ରିକା କ୍ରିକେଟରମାନେ କୋଭିଡ୍‌-୧୯ ନେଗେଟିଭ ବୋଲି ଜଣାପଡିଛି। ମୋଟ ଉପରେ ସବୁ ଖେଳାଳି କରୋନ ଭାଇରସ ମୁକ୍ତ ବୋଲି ଦଳର ମୁଖ୍ୟ ମେଡିକାଲ ଅଫିସର ଡଃ ଶୁଇବକ ମାଞ୍ଜରା କହିଛନ୍ତି। ଭାରତରୁ ପ୍ରତ୍ୟାବର୍ତ୍ତନ କରିଥିବା ଖେଳାଳିମାନେ ମାର୍ଚ୍ଚ ୧୮ ତାରିଖରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିଲେ। ଗୁରୁବାର ଦିନ ସେମାନେ ୧୪ ଦିନିଆ ସେଲ୍ଫ ଆଇସୋଲେଶନ ପୂରଣ କରିଛନ୍ତି। ଏହା ସତ୍ତ୍ୱେ ଏମାନେ ଆସନ୍ତା ଦୁଇ ସପ୍ତାହ ଲକ୍‌ଡାଉନ୍‌ରେ ରହିବେ। କାରଣ ଦକ୍ଷିଣ ଆଫ୍ରିକାରେ ଲକ୍‌ଡାଉନ ଜାରି କରାଯାଇଛି। ଖେଳାଳିଙ୍କଠାରେ କୋଭିଡ୍‌-୧୯ର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ତେବେ ଯେଉଁମାନେ ନିଜର ପରୀକ୍ଷା କରାଇବାକୁ ଚାହୁଁଥିଲେ ସେମାନେ ନେଗେଟିଭ ଅଛନ୍ତି ବୋଲି ମାଞ୍ଜରା କହିଛନ୍ତି।
ଭାରତ ଗସ୍ତରେ ଧର୍ମଶାଳାଠାରେ ପ୍ରଥମ ଦିନିକିଆ ମାର୍ଚ୍ଚ ୧୨ରେ ଖେଳାଯାଇଥିଲା। ତେବେ ଏହା ବର୍ଷା ଯୋଗୁ ବାତିଲ ହୋଇଥିଲା। ଏହା ପରେ ୧୫ ଓ ୧୮ ତାରିଖରେ ଦ୍ୱିତୀୟ ଓ ତୃତୀୟ ଦିନିକିଆ ଯଥାକ୍ରମେ ଲକ୍ଷ୍ନୌ ଓ କୋଲକାତାରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ଏହି ଦୁଇଟି ମ୍ୟାଚ୍‌ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବାତିଲ କରାଯାଇଥିଲା। ଉଲ୍ଲେଖଥାଉ କି, ଦକ୍ଷିଣ ଆଫ୍ରିକାରେ ଏବେ ୨୧ ଦିନିଆ ଲକ୍‌ ଡାଉନ ଜାରି ରହିଛି। ଏବେ ଖେଳାଳିଙ୍କ ଫିଟ୍‌ନେସ ଉପରେ କ୍ରିକେଟ ସାଉଥ ଆଫ୍ରିକା (ସିଏସ୍‌ଏ) ଗୁରୁତ୍ୱ ଦେଉଛି। ତେଣୁ ସବୁ ଖେଳାଳିଙ୍କୁ ଟ୍ରେନିଂ ପ୍ରୋଗ୍ରାମରେ ସାମିଲ ହେବାକୁ କୁହାଯାଇଛି ବୋଲି ଟ୍ରେନର ତୁମି ମାସେକେଲା କହିଛନ୍ତି। ଆଗାମୀ ଜୁନ୍‌ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ନାହିଁ। ଦକ୍ଷିଣ ଆଫ୍ରିକାରେ ଏପର୍ଯ୍ୟନ୍ତ ୧,୪୦୦ ଲୋକ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଛନ୍ତି ଓ ୫ଜଣ ଲୋକ ମୃତ୍ୟୁବରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାର୍ଚ୍ଚ ୧୪ରୁ ମେ’ ୨୫

ନୂଆଦିଲ୍ଲୀ, ୨୩ା୧୧ (ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆସନ୍ତାବର୍ଷ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଲାଗି ଦିନ ଧାର୍ଯ୍ୟ କରିଛି। ଏହି...

ଚମକିଲେ ଜୁନିଅର୍‌ ସେହ୍ବାଗ: ବାପାଙ୍କ ପରେ ପୁଅ କରିପାରନ୍ତି କମାଲ୍‌

ଶିଲଂ, ୨୨ା୧୧: ୧୯ ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟରେ ଦିଲ୍ଲୀ ତରଫରୁ ଖେଳୁଥିବା ଭାରତର ମହାନ ବ୍ୟାଟର ବୀରେନ୍ଦ୍ର ସେହ୍ବାଗଙ୍କ ପୁତ୍ର...

୨୧୭ ରନ୍‌, ୧୭ ଉଇକେଟ୍‌: ପ୍ରଥମ ଦିନରେ ପ୍ରଧାନ୍ୟ ବିସ୍ତାର କଲେ ବୋଲର୍‌

ପର୍ଥ,୨୨।୧୧: ପର୍ଥ ଟେଷ୍ଟର ପ୍ରଥମ ଦିନରେ ଖେଳ ଶେଷ ହୋଇଛ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୬୭ ରନ ସଂଗ୍ରହ କରିଛି। ଭାରତ...

ଭାରତ ପରେ ମାଟି କାମୁଡିଲା ଅଷ୍ଟ୍ରେଲିଆ: ବୁମ୍‌ରାଙ୍କ ଚମତ୍କାର ବୋଲିଂ

ପର୍ଥ,୨୨।୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ଦଳ ୧୫୦ ରନରେ ଅଲଆଉଟ୍‌ ହୋଇଛି। ଏହାର ଜବାବରେ ଅଷ୍ଟ୍ରେଲିଆ ମଧ୍ୟ ମାଟି କାମୁଡିଛି।...

ଲାଇଭ୍‌ ମ୍ୟାଚ୍‌ ମଝିରେ ରିଷଭ ପନ୍ତଙ୍କୁ ଏମିତି ପ୍ରଶ୍ନ ପଚାରିଦେଲେ ଅଷ୍ଟ୍ରେଲିଆ ଖେଳାଳି: ସମସ୍ତେ ଆଶ୍ଚର୍ଯ୍ୟ

ପର୍ଥ,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପର୍ଥ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା...

ଆରମ୍ଭରୁ ଧରାଶାୟୀ: ପ୍ରଥମ ଇନିଂସରେ ୧୫୦ରେ ଅଲଆଉଟ୍ ଭାରତ

ଭୁବନେଶ୍ୱର,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ପର୍ଥରେ ଆରମ୍ଭ ହୋଇଛି। ଭାରତୀୟ ଦଳର ଅଧିନାୟକ...

ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଚହଲଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୧: କ୍ରିକେଟର୍‌ ୟୁଜଭେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡେବ୍ୟୁ...

ମାତ୍ର ୫୦ ରନ୍‌ରେ ପାଭିଲିୟନକୁ ଫେରିଲେ ଭାରତର ଅଧା ଟିମ୍‌

ପର୍ଥ,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପର୍ଥରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri