କୋଭିଡ୍‌-୧୯ ମାନବ ଜାତିର ଶତ୍ରୁ: ଡବ୍ଲ୍ୟୁଏଚ୍‌ଓ

ଜେନେଭା/ବର୍ଲିନ,୧୯ା୩ (ଏଏଫ୍‌ପି): କାରୋନା ଭୂତାଣୁ ସାରା ମାନବ ଜାତିର ଶତ୍ରୁ ବୋଲି କହିଛନ୍ତି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ୍‌। ତେଣୁ ଏହା ବିରୋଧରେ ଲଢ଼େଇ ଲାଗି ସମସ୍ତେ ଏକାଠି ହେବାର ସମୟ ଆସିଛି। ବୁଧବାର ଏକ ଖବରଦାତା ସମ୍ମିଳନୀରେ ସେ କୋଭିଡ-୧୯କୁ ଅଭୂତପୂର୍ବ ବିପଦ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମର୍କେଲ କହିଛନ୍ତି, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ତାଙ୍କ ଦେଶ ସବୁଠୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ଏହାର ମୁକାବିଲା ଲାଗି ସମସ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଲାଗି ସେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି।

Share