ଜଳନ୍ଧର,୧୧।୫: କୋଭିଡ୍-୧୯ ମହାମାରୀ ବିରୋଧରେ ବର୍ତ୍ତମାନ ସାରା ଦେଶ ଲଢ଼େଇ ଜାରି ରଖିଛି। ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍, ପୋଲିସ ପର୍ସୋନେଲଙ୍କ ସମେତ ଅନ୍ୟ କିଛି ବର୍ଗରେ କର୍ମଚାରୀ ଏହି ଲଢ଼େଇରେ ଉଲ୍ଲେଖନୀୟ ଯୋଗଦାନ ରଖୁଛନ୍ତି। ଏହି ଯୋଦ୍ଧାଙ୍କ ପିଲାଙ୍କ ଲାଗି ଲଭ୍ଲି ପ୍ରଫେଶନାଲ ୟୁନିଭର୍ସିଟି(ଏଲ୍ପିୟୁ) ପକ୍ଷରୁ ଛାତ୍ରବୃତ୍ତି ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦ କୋଟି ଟଙ୍କାର ଛାତ୍ରବୃତ୍ତି ଦିଆଯିବ। ଶିକ୍ଷାବର୍ଷ ୨୦୨୦-୨୧ ପାଇଁ ସ୍କଲାରଶିପ ବାବଦରେ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ଏଲ୍ପିୟୁ ପକ୍ଷରୁ ସୂଚନା ରହିଛି। ୧୩ ବର୍ଗରେ ଯୋଦ୍ଧାଙ୍କୁ ବିଚାରକରି ସେମାନଙ୍କ ପିଲାମାନଙ୍କୁ ସ୍କଲାରଶିପ ଦିଆଯିବ। ଟ୍ୟୁଶନ ଫି’ କ୍ଷେତ୍ରରେ ୨୦% ଛାଡ଼ ସୁବିଧା ମଧ୍ୟ ରହିଛି। ଅଧିକ ବିବରଣୀ ବିଶ୍ୱବିଦ୍ୟାଳୟ ଓ୍ବେବ୍ସାଇଟ୍ରେ ଉପଲବ୍ଧ ହୋଇପାରିବ।