Categories: ଖେଳ

କୋଭିଡ୍‌-୧୯: ଶ୍ରୀଲଙ୍କା କ୍ରିକେଟ ଦେବ ୨୫ ନିୟୁତ ଟଙ୍କା

କଲମ୍ବୋ, ୨୪ା୩ (ପି.ଟି.)- କୋଭିଡ୍‌ -୧୯ ବିରୋଧରେ ଚାଲିଥିବା ଲଢେଇରେ ଶ୍ରୀଲଙ୍କା କ୍ରିକେଟ (ଏସଏଲ୍‌ସି) ସୋମବାର ସରକାରଙ୍କୁ ୨୫ ନିୟୁତ ଟଙ୍କା (ଶ୍ରୀଲଙ୍କା ମୁଦ୍ରାରେ) ଦାନ କରିବ। ପୁନଃ ଆଦେଶ ନ ପର୍ଯ୍ୟନ୍ତ ଏସ୍‌ଏଲ୍‌ସି ଏହାର ସମସ୍ତ ଘରୋଇ ଟୁର୍ନାମେଣ୍ଟକୁ ସ୍ଥଗିତ ରଖିଛି। ସରକାରଙ୍କ ନିର୍ଦ୍ଦେଶ ମାନିବା ସହ ଘରୁ ନ ବାହାରିବା ଲାଗି ଏସ୍‌ଏଲ୍‌ସି ଏହାର କର୍ମଚାରୀମାନଙ୍କୁ କହିଛି। ଶ୍ରୀଲଙ୍କାରେ କରୋନା ଭାଇରସ୍‌ରେ ସହକ୍ରମିତଙ୍କ ସଂଖ୍ୟା ଇତିମଧ୍ୟରେ ୯୦ରେ ପହଞ୍ଚତ୍ଥିବାବେଳେ ଏପର୍ଯ୍ୟନ୍ତ ଜଣେ ହେଲେ ମୃତ୍ୟୁବରଣ କରିନାହାନ୍ତି।

Share