କୋଭିଡ କଣ୍ଟ୍ରୋଲ ରୁମ୍‌ରେ କାର୍ଯ୍ୟ କରୁଛନ୍ତି ବିଜୁ ଯୁବ ବାହିନୀ ସଦସ୍ୟ

ଛତ୍ରପୁର,୧୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଜୁ ଯୁବ ବାହିନୀର ସ୍ବେଚ୍ଛାସେବୀମାନେ ଡିଆର୍‌ଡିଏ କାର୍ଯ୍ୟାଳୟରେ ଥିବା କୋଭିଡ କଣ୍ଟ୍ରୋଲ ରୁମ୍‌ରେ କାର୍ଯ୍ୟ କରୁଛନ୍ତି। ସେମାନେ ଦୈନିକ ଜିଲାର ସମସ୍ତ କ୍ୱାରାଣ୍ଟାଇନ ସେଣ୍ଟର ଓ ହୋମ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝୁଛନ୍ତି। ସେମାନଙ୍କ ରିପୋର୍ଟ ଆଧାରରେ ଉଭୟ କ୍ୱାରାଣ୍ଟାଇନ ସେଣ୍ଟର ଓ ହୋମ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କୁ ଆବଶ୍ୟକୀୟ ଅଧିକ ସ୍ବାସ୍ଥ୍ୟ ସେବା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ନେଇ ସୂଚନା ମିଳିଛି।

Share