ହାଟଡିହୀ, ୨୭।୪(ଡି.ଏନ୍.ଏ.): କରୋନା ମୁକାବିଲା ନେଇ ସରକାରୀ ଅଧିକାରୀମାନେ ଦିନ ରାତି ଏକ କରିଦେଇଛନ୍ତି। କିନ୍ତୁ କେତେକ ଅମାନିଆଙ୍କ ପାଇଁ ପରିସ୍ଥିତି ଜଟିଳ ହେଉଛ। ଏମିତି କିଛି ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ପଞ୍ଚାୟତ ରତକଣା ଗ୍ରାମରେ। ସୋମବାର ଗ୍ରାମର ଏକ ସ୍ଥାନରେ କେତେଜଣ ଲୋକ ଏକତ୍ର ହୋଇ ଲୁଡ଼ୁ ଖେଳୁଥିଲେ। ପୋଲିସ କର୍ମଚାରୀ ଏହାକୁ ବାରଣ କରିଥିଲେ। ଫଳରେ ପୋଲିସ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ଉତ୍ତ୍ୟକ୍ତ ଲୋକେ ପୋଲିସକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ପଞ୍ଚାୟତ ଯାଜପୁର ଓ ଭଦ୍ରକ ସୀମାକୁ ଲାଗିଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, କେନ୍ଦୁଝର