କୋଭିଡ ନିୟମ ଉଲ୍ଲଂଘନ ନେଇ ୩ ଗିରଫ: ମାସ୍କ ପାଇଁ ୬୦ ହଜାର ଜରିମାନା

ଛତ୍ରପୁର,୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ପକ୍ଷରୁ କୋଭିଡ୍‌ ଓ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି। ଏହାସହ ଧରପଗଡ଼ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ନେଇ ପୋଲିସ ପକ୍ଷରୁ ୬୦ ହଜାର ୭୦୦ ଟଙ୍କା ଜରିମାନା ଆଦାୟ ହୋଇଛି। କରୋନା ଲାଗି ରହିଥିବା ନିୟମ ଉଲ୍ଲଂଘନ ନେଇ ୪ଟି ମାମଲା ରୁଜୁ ସହ ୩ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ୧୯୬.୫ଲିଟର ଦେଶୀ ମଦ ଜବତ ହୋଇଛି। ଏ ନେଇ ଶନିବାର ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Share