ଛତ୍ରପୁର,୩୦ା୫(ଡି.ଏନ.ଏ.)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧକ୍ରମେ ଶନିବାର ଅପରାହ୍ନରେ ଛତ୍ରପୁରସ୍ଥିତ ପୋଲିସ ପଡିଆରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରୟ, ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡିଏସପି ଉତ୍କଳ କେଶରୀ ଦାଶ, ପୋଲିସ ଅଧିକାରୀ, କର୍ମଚାରୀଙ୍କ ସମେତ ଜନସାଧାରଣ ସାମିଲ ହୋଇ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ।