ଛତ୍ରପୁର,୧୨।୬(ଡି.ଏନ୍.ଏ.): କୋଭିଡ ହସ୍ପିଟାଲରେ ଗଞ୍ଜାମ ଜିଲାର ୧୪୩ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ଅପରପକ୍ଷରେ ଶୁକ୍ରବାର ଗଞ୍ଜାମରେ ଆଉ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ୬୪୧ରେ ପହଁଚିଛି। ୪୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗଞ୍ଜାମରେ ଏଯାବତ୍ କରୋନାରେ ୫ ଜଣଙ୍କ ମୃତ୍ୟୁ ଘଟିଛି।