କୋଭିଡ-୧୯ରେ ପୀଡ଼ିତ ପ୍ରଥମ ଶିଶୁଙ୍କ ମୃତ୍ୟୁ

ନ୍ୟୁୟର୍କ,୨୯।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଥିବା ବେଳେ ଆମେରିକାରେ ପ୍ରଥମ କରି ଜଣେ ଶିଶୁର ମୃତ୍ୟୁ ହୋଇଛି। ୧ବର୍ଷରୁ କମ୍‌ ବୟସର ଏହି ଶିଶୁର ମୃତ୍ୟୁ ପରେ ଏହାର କାରଣ ଖୋଜୁଛନ୍ତି ବିଶେଷଜ୍ଞ। କାରଣ ଏହା ପୂର୍ବରୁ କରୋନା ଭାଇରସ ସଂକ୍ରମଣରେ କୌଣସି ଶିଶୁଙ୍କ ମୃତ୍ୟୁ ହୋଇ ନ ଥିବା କୁହାଯାଏ। ତେଣୁ ଏହି ଶିଶୁର ମୃତ୍ୟୁକୁ ନେଇ ଅଧିକ ଗବେଷଣା ଚାଲିଥିବା କହିଛନ୍ତି ଆଇଡିପିଏଚ୍‌ର ନିର୍ଦ୍ଦେଶକ ନିଓଜି ଏଜିକେ। ଇଲିନୋଇସର ଗଭର୍ନର ଜେ,ବି, ପ୍ରିଟଜେକର ଶିଶୁର ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ତେବେ କୋଭିଡ-୧୯ରେ ବିଶେଷ ଭାବେ ବୟସ୍କମାନେ ପୀଡିତ ହେଉଥିବା ବେଳେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଏଥିପାଇଁ ଦାୟୀ କରାଯାଉଛି। ହେଲେ ଶିଶୁଟିର ମୃତ୍ୟୁ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Share