କୋଭିଡ-୧୯ରେ ପୀଡ଼ିତ ୫ଶହରୁ ଊର୍ଦ୍ଧ୍ୱ କରୋନା ଯୋଦ୍ଧା

ନୂଆଦିଲ୍ଲୀ,୮।୫: କରୋନା କବଳରେ ସାରା ଭାରତ। ଏଥିରୁ ବର୍ତ୍ତି ନାହିଁ ଭାରତ। ତେବେ ଭାରତରେ କରୋନା ଯୋଦ୍ଧା ସାଜିଥିବା ପାରା ମିଲିଟାରି ଫୋର୍ସର ୫ଶହରୁ ଊର୍ଦ୍ଧ୍ୱ ଯବାନ ଏବେ କରୋନା କବଳରେ। ମିଳିଥିବା ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌), ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌), ଇଣ୍ଡୋ ତିବ୍ବତ ବର୍ଡର ପୋଲିସ(ଆଇଟିବିପି), ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ପୋଲିସ ଫୋର୍ସ(ସିଆଇଏସ୍‌ଏଫ୍‌) ଓ ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ୫ ଶହରୁ ଊର୍ଦ୍ଧ୍ୱ ଯବାନ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୪୫୦ ଜଣ ରାଜଧାନୀ ଦିଲ୍ଲୀର ବୋଲି ଜଣାପଡିଛି। ଏମାନେ ରାଜଧାନୀର ଆଶନ ଶୃଙ୍ଖଳା ପରିସ୍ଥିତି ପାଇଁ ମୁତୟନ ଥିବା ବେଳେ କରୋନା ଭାଇରସକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଏମାନେ ସାଜିଥିଲେ ଆଗ ଧାଡିର ଯୋଦ୍ଧା। ଏବେ ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

Share