କୋଭିଡ ୧୯ର ମାଇକ୍ରୋସ୍କୋପି ପ୍ରତିଛବି ପ୍ରକାଶ କଲେ ଭାରତୀୟ ବିଶେଷଜ୍ଞ

ନୂଆଦିଲ୍ଲୀ,୨୭।୩: ଭାରତୀୟ ବିଶେଷଜ୍ଞଙ୍କୁ ମିଳିଛି ଏକ ସଫଳତା। SARS-CoV-2 virus ବା କୋଭିଡ ୧୯ର ଏକ ମାଇକ୍ରୋସ୍କୋପି ପ୍ରତିଛବି ଭାରତୀୟ ବିଶେଷଜ୍ଞଙ୍କ ଦ୍ୱାରା ଜାରି କରାଯାଇଛି। କେରଳରେ ଜାନୁୟାରୀ ୩୦ରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ସଂକ୍ରମିତଙ୍କ ଗଳାର ସ୍ବାବ୍‌ ପରୀକ୍ଷାରୁ ଏହି ପ୍ରତିଛବି ମିଳିଥିବା ଜଣାପଡିଛି। ଏହାକୁ ନେଇ ଯାହା ଅନୁସନ୍ଧାନ କରାଯାଇଛି ତାହା ଇଣ୍ଡିଆନ ଜର୍ଣ୍ଣାଲ ଅଫ୍‌ ମେଡିକାଲ ରିସର୍ଚ୍ଚର ଶେଷ ସଂସ୍କରଣରେ ପ୍ରକାଶ ପାଇଥିବା କୁହାଯାଏ।

Share