କୋଭିଡ-୧୯: ଏସିପି ଅନିଲ କୋହଲିଙ୍କ ପରଲୋକ

ଚଣ୍ଡିଗଡ଼,୧୮।୪: ପଞ୍ଜାବରେ ବେଳକୁ ବେଳ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି। ଶନିବାର ଲୁଧିଆନାର ଆସିଷ୍ଟାଣ୍ଡ କମିଶନର ଅଫ୍‌ ପୋଲିସ ଅନିଲ କୋହଲିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଦୁଃଖଦ ଖବର ସମସ୍ତଙ୍କୁ ସ୍ତମ୍ଭିଭୂତ କରି ଦେଇଛି। କିଛିଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇ ଲୁଧିଆନାର ଏସ୍‌ପିଏସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୂଚନାଯୋଗ୍ୟ, ଶୁକ୍ରବାର ତାଙ୍କୁ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା କରାଯିବାକୁ ସ୍ଥିର କରାଯାଇଥିଲା।

Share