Categories: ଜାତୀୟ

କୋଭିଡ-୧୯ ପାଇଁ ଚଳିତ ବର୍ଷ ହେବନାହିଁ ଜନଗଣନା

ନୂଆଦିଲ୍ଲୀ,୮।୬: ଚଳିତ ବର୍ଷ ଏପ୍ରିଲ-ସେପ୍ଟେମ୍ବରରେ ହେବାକୁ ଥିବା ଜନଗଣନା, ହାଉସ ଲିଷ୍ଟିଂ ଓ ଏନ୍‌ପିଆର୍‌କୁ ଏବେ ସ୍ଥଗିତ ରଖାଯାଇଛି। ତେବେ ଜୁନ୍‌ ମାସ ପରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟାକୁ ଆରମ୍ଭ କରାଯାଇ ପାରିବ କି ନା ତାକୁ ନେଇ ଏକ ମୂଲ୍ୟାଙ୍କନ କରାଯିବ। ଯଦି ଏହା ସମ୍ଭବ ନ ହେଲା ତେବେ ଏହି ପ୍ରକ୍ରିୟାକୁ ଆସନ୍ତା ବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ରିସିଡ୍ୟୁଲ କରାଯିବ। ୨୦୨୧ ଜନଗଣନାକୁ ୨ଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍‌ପିଆର୍‌) ସହ ହାଉସିଂ ଲିଷ୍ଟ କରାଯିବ। ଏହାପରେ ୯ ଫେବୃୟାରୀରୁ ୨୮ ଫେବୃୟାରୀ, ୨୦୨୧ ମଧ୍ୟରେ ଜନସଂଖ୍ୟା ଗଣନା କରାଯିବ ବୋଲି ଜଣାପଡିଛି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ଯୋଜନା ପ୍ରସ୍ତୁତ କରାଯାଉଛି।

Share