କୋଭିଡ-୧୯ ପାଇଁ ପ୍ରଭାବଶାଳୀ ହୋଇପାରେ ପ୍ରାୟ ୭୦ଟି ଔଷଧ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏହାର ଚିକିତ୍ସାକୁ ନେଇ ଚାଲିଛି ଗବେଷଣା। ନିକଟରେ କେତେଜଣ ବିଦେଶୀ ଓ ଆଉ କେତେଜଣ ଭାରତୀୟ ଗବେଷକଙ୍କ ଏକ ଟିମ୍‌ କରୋନା ଚିକିତ୍ସା ପାଇଁ ପ୍ରାୟ ୬୯ ଔଷଧକୁ ପରୀକ୍ଷାମୂଳକ ଭାବେ ଚିହ୍ନଟ କରିଛନ୍ତି, ଯାହା ଏହି ଚିକିତ୍ସାରେ ଫଳପ୍ରଦ ହେବ ବୋଲି କୁହାଯାଉଛି। ଗବେଷକଙ୍କ ମତରେ ଏଥିରୁ କେତେଗୁଡିଏ ଔଷଧ ମଧୁମେହ ଓ ଉଚ୍ଚ ରକ୍ତଚାପରେ ବ୍ୟବହାର କରାଯାଇଥିବା ବେଳେ ନୂତନ ଟିକା ଅପେକ୍ଷା ଏହା କରୋନା ସଂକ୍ରମଣର ଚିକିତ୍ସାରେ ଶୀଘ୍ର କାମ କରିପାରେ ବୋଲି ଅନୁମାନ କରାଯାଇଛି।

Share