Categories: ଖେଳ

କୋଭିଡ-୧୯ ପ୍ରତିବନ୍ଧକ: ବାଲା ଦେବୀଙ୍କ ସ୍କଟ୍‌ଲାଣ୍ଡ ରହଣି ବଢିଲା

ନୂଆଦିଲ୍ଲୀ, ୨୧।୩ (ପି.ଟି.)- କରୋନା ଭାଇରସ ବା କୋଭିଡ-୧୯ ପ୍ରତିବନ୍ଧ ପାଇଁ ଭାରତୀୟ ମହିଳା ଫୁଟବଲ ତାରକା ଏନ୍‌ ବାଲା ଦେବୀଙ୍କ ସ୍କଟଲାଣ୍ଡ ରହିଣିରେ ବୃଦ୍ଧି ଘଟିଛି। ପ୍ରଥମ ଭାରତୀୟ ଭାବେ ସେ ସ୍କଟିଶ ମହିଳା ପ୍ରିମିୟର ଲିଗ୍‌ କ୍ଲବ ରେଞ୍ଜର୍ସ ସହ ଚୁକ୍ତି କରିଥିଲେ। କରୋନା ଭାଇରସ ପାଇଁ ଲାଗୁ ହୋଇଥିବା ପ୍ରତିବନ୍ଧ ଲାଗି ସେ ନିଜ କ୍ଲବ ସହ ଅଧିକ ଦିନ ରହିବାକୁ ବାଧ୍ୟ ହୋଇଛନ୍ତି। ଇତିମଧ୍ୟରେ ଭାରତ ସରକାର ମଧ୍ୟ ମାର୍ଚ୍ଚ ୨୨ରୁ ୩୧ ତାରିଖ ମଧ୍ୟରେ ବିଦେଶରୁ ସବୁ ପ୍ରକାର ଫ୍ଲାଇଟ୍‌କୁ ବନ୍ଦ କରିଛନ୍ତି। ଫଳରେ ସ୍ବଦେଶ ଫେରିବାରେ ତାଙ୍କର ବିଳମ୍ବ ହେବା ନିଶ୍ଚିତ ହୋଇଛି। ଲିଗ୍‌କୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଫଳରେ ଏବେ କୌଣସି ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ନାହିଁ। ସେ ଏବେ ଚାହିଁଲେ ବି ଘରକୁ ଆସିପାରିବେ ନାହିଁ। ଏବେ ସେ ସେଠାରେ ରହି ଟ୍ରେନିଂ ଜାରି ରଖିବେ। ଲିଗ ଆରମ୍ଭ ହେଲେ ସେ ସେଠାରେ ରହି ଖେଳିବେ। ଉଲ୍ଲେଖଥାଉ କି, ବାଲା ଦେବୀଙ୍କ ନେତୃତ୍ୱରେ ଭାରତ ସାଉଥ ଏସିଆନ ଗେମ୍ସରେ ଗତବର୍ଷ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଏହି ଟୁର୍ନାମେଣ୍ଟରେ ସେ ୫ଟି ମ୍ୟାଚ୍‌ ଖେଳି ୧୬ଟି ଗୋଲ ସ୍କୋର କରିଥିଲେ।

Share