କୋଭିଡ-୧୯: ବ୍ରାଜିଲରେ ମୃତଦେହ ରଖିବାକୁ ସ୍ଥାନର ଅଭାବ!

ବ୍ରସିଲିଆ,୨୫।୪: କରୋନା ସଂକ୍ରମଣ ଚାଇନାରୁ ଆରମ୍ଭ ହୋଇଥିବା ବେଳେ ଏବେ ଏହା ସାରା ବିଶ୍ୱରେ ମହାମାରୀର ରୂପ ନେଇଛି। ଆମେରିକାରେ ପ୍ରତିଦିନ ସର୍ବାଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଥିବା ଖବର ଆସଛି। ଅନ୍ୟପଟେ ବ୍ରାଜିଲ ରାଷ୍ଟ୍ରପତି ପ୍ରଥମେ କରୋନାକୁ ଏହ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା କହି ଏଡାଇ ଯିବା ପରେ ସେଠାରେ ମଧ୍ୟ ଏବେ କରୋନା ସ୍ଥିତି ହୋଇଛି ଅଣାୟତ। ଏଠି କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ଏବେ ରେଫ୍ରିଜିରେଟର ଟ୍ରକରେ ମୃତଦେହ ଉପରେ ମୃତଦେହ ରଖାଯାଉଥିବା କୁହାଯାଉଛି। ଆଉ ସାମୁହିକ କବର ଖୋଳିବା ପାଇଁ ବୁଲଡୋଜରର ସାହାଯ୍ୟ ନିଆଯାଉଛି। ବ୍ରାଜିଲରେ ପ୍ରତିଦିନ ପାଖାପାଖି ୨୦ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହେଉଥିବା ବେଳେ ଏବେ ଏହା ୧୦୦ରେ ପହଞ୍ଚିଛି। ଅନ୍ୟପଟେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୪୫ ହଜାର ଅତିକ୍ରମ କରିଥିବା ବେଳେ ୨,୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି ବୋଲି ଜଣାପଡିଛି।

Share