କୋଭିଡ-୧୯ ମୃତ୍ୟୁ ସମ୍ପର୍କରେ ତଥ୍ୟ ଦେବେନାହିଁ ବ୍ରାଜିଲ ସରକାର

ରିଓ ଡି ଜେନେରିଓ,୭।୬: କୋଭିଡ-୧୯ ବା କରୋନା ଭାଇରସ ଏବେ ସାରା ବିଶ୍ୱରେ ବ୍ୟାପୀ ଚାଲିଥିବା ବେଳେ ଏ କ୍ଷେତ୍ରରେ ବ୍ରାଜିଲର ସ୍ଥିତି ଉଦ୍‌ବେଗଜନକ ରହିଛି। ଦିନକୁ ଦିନ ଏଠାରେ ହଜାର ହଜାର ସଂଖ୍ୟାରେ ନୂଆ ରୋଗୀ ଚିହ୍ନଟ ହେଉଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି। ହେଲେ ଶନିବାର ବ୍ରାଜିଲ ସରକାର କୋଭିଡ-୧୯ ସଂକ୍ରମଣକୁ ନେଇ ତଥ୍ୟ ଦେବାକୁ ମନା କରିଦେଇଥିଲେ। ଏହାର ଅର୍ଥ ହେଉଛି ଏବେ ସାଧାରଣ ଜନତା କରୋନା ମହାମାରୀ ସଂକ୍ରମଣ ସମ୍ପର୍କରେ ବ୍ରାଜିଲର ଆଉ କୌଣସି ସୂଚନା ପାଇପାରିବେ ନାହିଁ। ବିଶେଷ କରି ବ୍ରାଜିଲର କରୋନା ସଂକ୍ରମିତଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ମିଳିପାରିବ ନାହିଁ ବୋଲି କୁହାଯାଉଛି।

Share