କୋଭିଡ-୧୯ ସହ ଲଢିବାକୁ ଭାରତକୁ ସାହାଯ୍ୟ କରିବ ଚାଇନା

ବେଜିଂ,୨୦।୩: କୋଭିଡ-୧୯ ସହ ଲଢିବାକୁ ଶୁକ୍ରବାର ଚାଇନାଠାରୁ ପରାମର୍ଶ ନେଇଛନ୍ତି ୟୁରୋଏସିଆନ ଓ ସାଉଥ୍‌ ଏସିଆନର ପ୍ରାୟ ୧୦ ଦେଶ। ଭିଡିଓ କନଫରେନ୍‌ସିଂ ଜରିଆରେ ଏମାନେ କଥା ହୋଇଛନ୍ତି। ଏଥିରେ ଆମ ଦେଶର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅଧିକାରୀମାନେ ଯୋଗ ଦେଇଥିଲେ। ତେବେ କୋଭିଡ-୧୯ ସହ ଲଢିବାକୁ ଚାଇନା ଭାରତକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବ ବୋଲି କହିଛନ୍ତି ଭାରତରେ ଥିବା ଚାଇନାର ରାଷ୍ଟ୍ରଦୂତ ସନ୍‌ ଓ୍ବିଙ୍ଗଡଙ୍ଗ। ସୂଚନାଯୋଗ୍ୟ, ନିକଟରେ ଚାଇନାରେ ଦେଖାଦେଇଥିବା କରୋନା ସଂକ୍ରମଣ ସମୟରେ ଭାରତ ଚାଇନାକୁ ସର୍ଜିକାଲ ମାସ୍କ, ସର୍ଜିକାଲ ଗ୍ଲୋଭ୍ସ ସହ ପ୍ରାୟ ୧୫ ଟନ୍‌ ମେଡିକାଲ ଉପକରଣ ଫେବୃୟାରୀ ୨୦, ୨୦୨୦ରେ ଯୋଗାଇ ଦେଇଥିଲା।

Share