କୋଭିଡ- ୧୯: ୩ ଲକ୍ଷ ଟଙ୍କା ଦେଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୩୧।୩(ପି.ଟି.): କୋଭିଡ- ୧୯ ମୁକାବିଲା ପାଇଁ ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଜଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ମଙ୍ଗଳବାର ୩ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ କେନ୍ଦ୍ର ଓ ହରିୟାଣା ରାଜ୍ୟ ରିଲିଫ୍‌ ପଣ୍ଡକୁ ଏହି ଅର୍ଥ ପ୍ରଦାନ କରିଛନ୍ତି। ତୁର୍କୀରୁ ପ୍ରଶିକ୍ଷଣ ସାରି ସ୍ବଦେଶ ଫେରିବା ପରେ ନୀରଜ ପାଟିଆଲାର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍‌ସ (ନିସ୍‌)ରେ ସେଲ୍ଫ-ଆଇସୋଲେଶନରେ ରହିଛନ୍ତି। ଏହି ମହାମାରୀ ବିରୋଧରେ ଲଢେଇ ଜାରି ରହିଥିବା ବେଳେ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ନୀରଜ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ହରିୟାଣାର ପାନିପଥ୍‌ରେ ଜନ୍ମ ଗ୍ରହଣ କରିଥିବା ନୀରଜ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସେ ଅଲିମ୍ପିକ୍‌ ପଦକ ଜିତିବାର ସମ୍ଭାବନା ସୃଷ୍ଟି କରିଛନ୍ତି।

Share