କୋମନା,୨୯ା୪(ଡି.ଏନ୍.ଏ.): ବୁଧବାର ଭୋରରୁ ଅଗ୍ନିଶମ ବିଭାଗ ତରଫରୁ କୋମନା ସହରକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଛି । ସହରର ପ୍ରତ୍ୟେକ ଦୋକାନ ବଜାର, ବସଷ୍ଟାଣ୍ଡ ସମେତ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ, କୃଷି ବିଭାଗ, ଭାରତୀୟ ଷ୍ଟେଟବ୍ୟାଙ୍କ, ଅସ୍ଥାୟୀ କରୋନା ସ୍ବାସ୍ଥ୍ୟ ଶିବିର, କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ବି ବିଶୋଧନ କରାଯାଇଛି। ଏଥିରେ ଅଗ୍ନିଶମ ବିଭାଗ ଅଧିକାରୀ ଗୌତମ କିଶାନ, ଫାୟାରମ୍ୟାନ ଚିନ୍ତାମଣି ଜାତି, ତେନରାଜ ମାଝି, ରବିଚନ୍ଦ୍ର ଭୁଏ, ରାମାନନ୍ଦ ନାଏକ, ସୁରେନ୍ଦ୍ର କୁମାର ଭୋଇ ପ୍ରମୁଖ ସହଯୋଗ କରିଥିଲେ।