କୋମ୍ବିଂ ଅପରେଶନ ବେଳେ ପୋଲିସ, ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ମାଓବାଦୀ ମୃତ

ମାଲକାନଗିରି,୨୩।୧୧: (ଡି.ଏନ୍‌.ଏ.) ବହୁଦିନର ନୀରବତା ପରେ ପୁଣି ଶନିବାର ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମାଲକାନଗିରି ସୀମାନ୍ତବର୍ତ୍ତୀ ସୁକୁମା ଜିଲା ମଦେପାରା ଥାନା ଅନ୍ତର୍ଗତ ମୁଲେର ନିକଟରେ ଡିଆର୍‌ଏଫ ପକ୍ଷରୁ କୋମ୍ବିଂ ଅପରେଶନ ଚାଲିଥିବା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇ ଉଭୟଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟା ଗୁଳି ବିନିମୟ ଚାଲିଥିଲା। ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ ସମୟରେ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବନ୍ଧୁକ, ବିସ୍ଫୋରକ ସମେତ ବହୁ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ଏକ ବଡ଼ଧରଣର ହିଂସା ଘଟାଇବା ପାଇଁ ମାଓବାଦୀମାନେ ଏଠାରେ ମେଳି କରିଥିବା ଏସ୍‌ପି ଲସଭ ସିହ୍ନା କହିଛନ୍ତି।